Categories: ଖେଳ

ସେହ୍ବାଗଙ୍କ ଦରଦ

ନୂଆଦିଲ୍ଲୀ,୩।୭: ଭାରତୀୟ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ଅବସର ନେବା ପରେ ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହ୍ବାଗ ରାୟୁଡୁଙ୍କୁ ସହାନୁଭୂତି ଜଣାଇଛନ୍ତି। ବିଶ୍ୱକପ୍‌ରୁ ବାଦ୍‌ ପଡିବା ରାୟୁଡୁଙ୍କ ପାଇଁ ନିଶ୍ଚିତ ଭାବେ ଯନ୍ତ୍ରଣାଦାୟକ। ଚଳିତ ବିଶ୍ୱକପ୍‌ରେ ତାଙ୍କୁ ଦୁଇଥର ଅଣଦେଖା କରାଯିବା ପରେ ରାୟୁଡୁ ଏଭଳି କଡ଼ା ନିଷ୍ପତ୍ତି ନେଇଛନ୍ତି। ତେବେ ଅବସର ପରେ ରାୟୁଡୁ ନିଜ ଜୀବନକୁ ଉପଭୋଗ କରନ୍ତୁ ଓ ତାଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି ସେହ୍ବାଗ ଟୁଇଟ୍‌ କରିଛନ୍ତି। ରାୟୁଡୁ ଭାରତ ପାଇଁ ୫୫ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି ଓ ୪୭. ୦୫ ହାରରେ ରନ ସଂଗ୍ରହ କରିଛନ୍ତି। ବିଶ୍ୱକପ୍‌ରେ ଷ୍ଟାଣ୍ଡବାଇ ତାଲିକାରେ ରଖାଯାଇଥିଲେ ମଧ୍ୟ ଶେଷରେ ତାଙ୍କୁ ଉପେକ୍ଷା କରାଯାଇଛି।

Share