Categories: ଖେଳ

ସେହ୍ବାଗଙ୍କ ସମକକ୍ଷ ହେଲେ ଅଗ୍ରଓ୍ବାଲ

ବିଶାଖାପାଟଣା,୩।୧୦: ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟରେ ଗୁରୁବାର ଭାରତୀୟ ଓପନର ମୟଙ୍କ ଅଗ୍ରଓ୍ବାଲ ଦ୍ୱିଶତକ ଲଗାଇଛନ୍ତି। ମ୍ୟାଚ୍‌ର ଦ୍ୱିତୀୟ ଦିନ ରୋହିତ ଶର୍ମାଙ୍କ ସହ ବ୍ୟାଟିଂ କରୁଥିବାବେଳେ କ୍ୟାରିୟରର ପ୍ରଥମ ଶତକ ଅର୍ଜନ କରିଥିଲେ। ପରେ ମ୍ୟାଚ୍‌ର ୧୧୫ତମ ଓଭର ବୋଲିଂ କରୁଥିବା କେଶବ ମହାରାଜଙ୍କ ପ୍ରଥମ ବଲରେ ମୟଙ୍କ ଦ୍ୱିଶତକ ଲଗାଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିଶତକ ଲଗାଇବାରେ ସେ ଦେଶର ଦ୍ୱିତୀୟ ବ୍ୟାଟ୍ସମ୍ୟାନ। ତାଙ୍କ ପୂର୍ବରୁ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହ୍ବାଗ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୧୯ ରନ୍‌ର ଇନିଂସ ଖେଳିଥିଲେ। ଏହା ଏବେ ମଧ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର। ଏହାବାଦ୍‌ ଦୀର୍ଘ ୧୦ ବର୍ଷର ବ୍ୟବଧାନ ପରେ ଦ୍ୱିଶତକ ଲଗାଇବାରେ ମୟଙ୍କ ପ୍ରଥମ ଭାରତୀୟ ଓପନର। ଅନ୍ତିମ ଥର ୨୦୦୯ରେ ଟିମ୍‌ ଇଣ୍ଡିଆ ପକ୍ଷରୁ ଓପନର ସେହ୍ବାଗ ଶ୍ରୀଲଙ୍କା ବିପକ୍ଷରେ ୨୯୩ ରନ୍‌ର ଇନିଂସ ଖେଳିଥିଲେ।

Share