Posted inଖେଳ

ସେହ୍ବାଗ ପାଳିଲେ ଜନ୍ମଦିନ

ନୂଆଦିଲ୍ଲୀ,୨୦।୧୦- ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ ରବିବାର ୪୧ତମ ଜନ୍ମଦିନ ପାଳନ କରିଛନ୍ତି। ନିଜ କ୍ରିକେଟିଂ କ୍ୟାରିୟରରେ ବୋଲରଙ୍କ ଦୁଃସ୍ବପ୍ନ ପାଲଟିଥିବା ସେହ୍ବାଗ ଭାରତ ପାଇଁ ସମସ୍ତ ଫର୍ମାଟରେ ମ୍ୟାଚ୍‌ ଓ୍ବିନର ଥିଲେ। ଏକମାତ୍ର ଭାରତୀୟ ଭାବେ ଟେଷ୍ଟରେ ଦୁଇ ଥର ତ୍ରିଶତକ ହାସଲ କରିଥିଲେ। ଏହାବ୍ୟତୀତ ସେ ତୃତୀୟ ତ୍ରିଶତକ ନିକଟରେ ପହଞ୍ଚତ୍ଥିଲେ ମଧ୍ୟ ୨୯୩ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହି ଅବସରରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେହ୍ବାଗଙ୍କ ତ୍ରିଶତକ ବେଳର ଭିଡିଓ ପୋଷ୍ଟ କରି ଶୁଭେଚ୍ଛା ଜଣାଇଛି। ତ୍ରିଶତକ ହାସଲକାରୀ ବୀରେନ୍ଦ୍ର ସେହ୍ବାଗଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ବିସିସିଆଇ ବ୍ୟତୀତ ପୂର୍ବତନ ଓ ବର୍ତ୍ତମାନ ଖେଳାଳିମାନେ ସେହ୍ବାଗଙ୍କ ଶୁଭେଚ୍ଛୁ ହରଭଜନ ସିଂ, ତାଲିକାରେ ରହିଛନ୍ତି। ଏଥିରେ ମୟଙ୍କ ଅଗ୍ରଓ୍ବାଲ, ସଚିନ ତେନ୍ଦୁଲକର, କ୍ରିସ ଗେଲ, ଭିଭିଏସ୍‌ ଲକ୍ଷ୍ମଣ, ମହମ୍ମଦ କୈଫ ଭଳି କ୍ରିକେଟର ରହିଛନ୍ତି। ଉଲ୍ଲେଖଥାଉ କି ସେହ୍ବାଗ ଅନ୍ତର୍ଜାତୀୟ ସ୍ତରରେ ୧୦୪ ଟେଷ୍ଟ ଓ ୨୫୧ ଦିନିକିଆ ଖେଳିଛନ୍ତି। ଏଥିରେ ଯଥାକ୍ରମେ ୮୫୮୬ ଓ ୮୨୭୩ ରନ୍‌ କରିଛନ୍ତି। ସେ ୨୦୦୭ ଟି୨୦ ବିଶ୍ୱକପ୍‌ ଓ ୨୦୧୧ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ସଦସ୍ୟ ଥିଲେ। ଦିନିକିଆରେ ଦ୍ୱିଶତକ କରିବାରେ ସେ ବିଶ୍ୱର ଦ୍ୱିତୀୟ ବ୍ୟାଟ୍ସମ୍ୟାନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଟେଷ୍ଟ: ୨୧୮ ରନ୍‌ରେ ଆଗୁଆ ରହି ଦୃଢ ସ୍ଥିତିରେ ଭାରତ

ପର୍ଥ,୨୩ା୧୧: ପର୍ଥରେ ଅନୁଷ୍ଠିତ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଦୃଢ ସ୍ଥିତିରେ ରହିଛି ଭାରତ। ଯଶପ୍ରୀତ୍‌ ବୁମ୍‌ରାଙ୍କ ୫ ଉଇକେଟ ସଫଳତା, ଅଷ୍ଟ୍ରେଲିଆ ମାଟିରେ ଜୟସ୍ବାଲଙ୍କ...

ଇତିହାସ ରଚିଲେ ରାହୁଲ-ଜୟସ୍ବାଲ: ୨୦୦୪ ପରେ ପ୍ରଥମଥର ଘଟିଲା ଏମିତି

ପର୍ଥ,୨୩।୧୧: ପର୍ଥ ଟେଷ୍ଟରେ ଯଶସ୍ବୀ ଜୟସ୍ବାଲ ଏବଂ କେ.ଏଲ ରାହୁଲ ଇତିହାସ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ରାହୁଲ ଏବଂ ଯଶସ୍ବିଙ୍କ ମଧ୍ୟରେ...

ଭାବପ୍ରବଣ ହୋଇ ସ୍ବାମୀ ବୁମ୍‌ରାଙ୍କ ପାଇଁ ଏମିତି କହିଦେଲେ ସଞ୍ଜନା

ପର୍ଥ,୨୩।୧୧: ପର୍ଥରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରି...

ଅଷ୍ଟ୍ରେଲିଆ ମାଟିରେ ବଡ଼ ରେକର୍ଡ କଲେ ଜସପ୍ରୀତ ବୁମ୍‌ରା

ପର୍ଥ,୨୩।୧୧: ପର୍ଥରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରି...

ବୁମ୍‌ରାଙ୍କ ବୋଲିଂ ଆଗରେ ଫେଲ୍‌ ମାରିଲା ଅଷ୍ଟ୍ରେଲିଆ: ୧୦୪ ରନ୍‌ରେ ଅଲଆଉଟ୍‌

ପର୍ଥ,୨୩।୧୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ କଙ୍ଗାରୁ ଦଳ ମାଟି କାମୁଡିଛି। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆର୧୦୪ ରନ୍‌ରେ ଅଲଆଉଟ୍‌ ହୋଇଛି। ଫଳରେ ଭାରତ ପ୍ରଥମ...

ମାର୍ଚ୍ଚ ୧୪ରୁ ମେ’ ୨୫

ନୂଆଦିଲ୍ଲୀ, ୨୩ା୧୧ (ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆସନ୍ତାବର୍ଷ ହେବାକୁଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଲାଗି ଦିନ ଧାର୍ଯ୍ୟ କରିଛି। ଏହି...

ଚମକିଲେ ଜୁନିଅର୍‌ ସେହ୍ବାଗ: ବାପାଙ୍କ ପରେ ପୁଅ କରିପାରନ୍ତି କମାଲ୍‌

ଶିଲଂ, ୨୨ା୧୧: ୧୯ ବର୍ଷରୁ କମ୍‌ କୁଚ୍‌ ବିହାର ଟ୍ରଫି କ୍ରିକେଟ ଟୁର୍ନାମେଣ୍ଟରେ ଦିଲ୍ଲୀ ତରଫରୁ ଖେଳୁଥିବା ଭାରତର ମହାନ ବ୍ୟାଟର ବୀରେନ୍ଦ୍ର ସେହ୍ବାଗଙ୍କ ପୁତ୍ର...

୨୧୭ ରନ୍‌, ୧୭ ଉଇକେଟ୍‌: ପ୍ରଥମ ଦିନରେ ପ୍ରଧାନ୍ୟ ବିସ୍ତାର କଲେ ବୋଲର୍‌

ପର୍ଥ,୨୨।୧୧: ପର୍ଥ ଟେଷ୍ଟର ପ୍ରଥମ ଦିନରେ ଖେଳ ଶେଷ ହୋଇଛ। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୭ ଉଇକେଟ ହରାଇ ୬୭ ରନ ସଂଗ୍ରହ କରିଛି। ଭାରତ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri