Advertisement

ସେୟାର ବଜାରରେ ମୋଦି ଲହର୍‌ ଜାରି: ସେନସେକ୍ସ ୪୦ ହଜାର ଟପିଲା

ନୂଆଦିଲ୍ଲୀ, ୩୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଟିମ୍‌ ଶପଥ ନେବାର ଦିନକ ପରେ ଭାରତୀୟ ଷ୍ଟକ୍‌ ବଜାରରେ ଖୁସିର ଲହରୀ ଖେଳିଯାଇଛି। ଶୁକ୍ରବାର ସକାଳୁ ଷ୍ଟକବଜାର ଖୋଲା ହେବା ମାତ୍ରେ ସେନସେକ୍ସ ୪୦ ହଜାର ଟପିଛି। ସେହିପରି ନିଫ୍ଟି ୧୨ ହଜାରରୁ ଅଧିକ ଅଙ୍କରେ କାରବାର କରୁଛି। କାରବାର ଆରମ୍ଭବେଳେ ସେନସେକ୍ସ ୨୫୪ ଅଙ୍କ ଏବଂ ନିଫ୍ଟି ୭୮ ପଏଣ୍ଟ ବୃଦ୍ଧି ପାଇଛି। ନିର୍ବାଚନ ଫଳାଫଳ ଆସିବା ପରେ ଦ୍ୱିତୀୟ ଥର ପାଇଁ ସେନସେକ୍ସ ୪୦ ହଜାର ଟପିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share