Categories: ଜାତୀୟ

ସୈନିକ ସ୍କୁଲରେ ନାମ ଲେଖାଇବେ ଛାତ୍ରୀ: ରାଜନାଥ

ନୂଆଦିଲ୍ଲୀ,୧୮।୧୦: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ଘୋଷଣା କରିଛନ୍ତି ଏଣିକି ସୈନିକ ସ୍କୁଲରେ ଛାତ୍ରୀମାନେ ନାମ ଲେଖାଇ ପାରିବେ। ୨୦୨୧-୨୨ ବର୍ଷରେ ଛାତ୍ରୀମାନେ ସୈନିକ ସ୍କୁଲରେ ନାମ ଲେଖାଇବାକୁ ନେଇ ଆସିଥିବା ଏକ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସୂଚନାଯୋଗ୍ୟ, ୨ ବର୍ଷ ତଳେ ମିଜୋରାମର ଚିଙ୍ଗଚିପ ସୈନିକ ସ୍କୁଲରେ ଏହାକୁ ନେଇ ଏକ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରାଯାଇଥିବା ବେଳେ ଏହା ସଫଳ ହୋଇଛି। ଆଉ ଏହାର ସଫଳତାକୁ ଦେଖି ଏଣିକି ସୈନିକ ସ୍କୁଲରେ ଛାତ୍ରୀମାନେ ନାମ ଲେଖାଇ ପାରିବେ ବୋଲି ରାଜନାଥ ସିଂ କହିଛନ୍ତି।

Share