ସୈନ୍ୟ ବାହିନୀ ଗାଡ଼ି ଉପରକୁ ଗୁଳିମାଡ଼: ୨ ମୃତ

କାବୁଲ,୨।୧୨: ଆଫଗାନୀସ୍ତାନ କାବୁଲରେ ଏକ ସୈନ୍ୟ ବାହିନୀ ଗାଡ଼ି ଉପରକୁ ଜଣେ ଅଜଣା ବନ୍ଧୁକଧାରୀ ଆଖିବୁଜା ଗୁଳି ମାଡ଼ କରିଛନ୍ତି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ପୁଲ୍‌-ଇ-ଚରଖି ଅଞ୍ଚଳରେ ଏହି ଗୁଳିକାଣ୍ଡ ସୋମବାର ଘଟିଥିବା କୁହାଯାଉଛି। ଖବର ପାଇ ସୁରକ୍ଷାକର୍ମୀ ସ୍ଥାନୀୟ ଅଞ୍ଚଳକୁ ଘେରି ରହିଛନ୍ତି। ଅଜଣା ବନ୍ଧୁକଧାରୀଙ୍କ ସନ୍ଧାନ ଜାରି ରହିଛି।

Share