ସୈଫ୍‌ଙ୍କ ଅବିକଳ ଦିଶୁଛନ୍ତି ତୈମୁର, କରିନା ଶେୟାର କଲେ ଫଟୋ

ବମ୍ବେ: ପିଲାଟି ଦିନୁ ଚର୍ଚ୍ଚାରେ ରହିଆସୁଥିବା ତୈମୁର ଅଲ୍ଲୀ ଖାଁ କୌଣସି ଷ୍ଟାରଠାରୁ କମ୍‌ ନୁହନ୍ତି। ସବୁବେଳେ ତାଙ୍କର କ୍ୟୁଟ୍‌ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏବେ ସେପରି କିଛି ଘଟିଛି। ନିକଟରେ ସୋସିଆଲ ମିଡିଆରେ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହୋଇଥିବା କରିନା କପୁର ଖାଁ ଏକ ଫଟୋ ଶେୟାର କରିଛନ୍ତି। ଫଟୋଟିରେ ସୈଫ୍‌ ଏବଂ ତୈମୁରଙ୍କୁ ଦେଖିବାକୁ ମିଳୁଛି।

ପ୍ରଥମେ ଫଟୋକୁ ଦେଖିଲେ ଯେ କେହି ତୈମୁରଙ୍କର ହିଁ ଅନୁମାନ କରିବ। ହେଲେ ତାହା ନୁହେଁ। ସୈଫ୍‌ଙ୍କ ପିଲାଦିନ ଫଟୋ ସହ ତୈମୁରଙ୍କ ଫଟୋକୁ ଯୋଡ଼ି ଏହାକୁ ପ୍ରସ୍ତୁତ କରାଯାଇଛି। କରିନା ନିଜେ ଏହାକୁ ଇନ୍‌ଷ୍ଟା ଆକାଉଣ୍ଟରେ ଶେୟାର କରିଛନ୍ତି। ଫଟୋରେ ପୁଅ ତୈମୁର ସୈଫ୍‌ଙ୍କ ପୂରା ନକଲ ଭଳି ଦିଶୁଥିବା କୁହାଯାଉଛି। ଶେୟାର କରାଯିବାର କିଛି ସମୟ ମଧ୍ୟରେ ଫଟୋକୁ ଲକ୍ଷାଧିକ ଲୋକ ପସନ୍ଦ କରିଛନ୍ତି।

Share