ସୈଫଙ୍କ ପସନ୍ଦ ଆସିଲାନି ଝିଅ ସାରାଙ୍କ ଫିଲ୍ମ ଟ୍ରେଲର

ସାରା ଅଲ୍ଲୀ ଖାନ୍‌ ଏବଂ କାର୍ତ୍ତିକ ଆର୍ୟନଙ୍କ ଅଭିନୀତ ଫିଲ୍ମ‘ଲଭ୍‌ ଆଜ୍‌ କଲ୍‌’ର ଟ୍ରେଲର ରିଲିଜ୍‌ ହୋଇସାରିଛି। ଏହା ପରେ ପ୍ରଶଂସକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କିଛି ପ୍ରଶଂସକ ସାରା-କାର୍ତ୍ତିକଙ୍କ ଅଭିନୟକୁ ପ୍ରଶଂସା କରୁଥିବା ବେଳେ ଆଉ କିଛି ଟ୍ରୋଲ୍‌ ବି କରିଛନ୍ତି। ଖୋଦ୍‌ ସାରାଙ୍କ ପିତା ସୈଫ୍‌ ଅଲ୍ଲୀ ଖାନ୍‌ ଫିଲ୍ମର ଟ୍ରେଲର ଦେଖି ନାପସନ୍ଦ କରିଛନ୍ତି। ଏଥିରେ ସାରାଙ୍କ ଅଭିନୟ ତାଙ୍କ ମନକୁ ଯାଇ ନ ଥିବା କହିଛନ୍ତି। ସେ ନିଜ ଫିଲ୍ମର ଟ୍ରେଲରକୁ ଅଧିକ ପସନ୍ଦ କରିଛନ୍ତି। ଏକ ସାକ୍ଷାତକାରରେ ସୈଫ୍‌ କହିଛନ୍ତି, ସେ ପୂର୍ବରୁ ଅଭିନୟ କରିଥିବା ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌’ର ଶୁଟିଂ ଆଜିପର୍ଯ୍ୟନ୍ତ ମନେ ଅଛି। ସାରାକୁ ଶୁଭକାମନା ଜଣାଉଛି। କାରଣ ସାରା ମୋ’ ଝିଅ। କିନ୍ତୁ ମୋ’ ଫିଲ୍ମର ଟ୍ରେଲରକୁ ମୁଁ ବେଶି ପସନ୍ଦ କରେ।
କହିରଖୁଛୁ, ୨୦୦୯ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌’ର ସ୍ବିକେଲ୍‌ ହେଉଛି ଆସନ୍ତା ଫେବୃୟାରୀ ୧୪ରେ ରିଲିଜ୍‌ ହେବାକୁ ଥିବା ‘ଲଭ୍‌ ଆଜ୍‌ କଲ୍‌’। ଏହି ଫିଲ୍ମରେ ସୈଫ ଏବଂ ଦୀପିକା ପାଦୁକୋନ୍‌ ଅଭିନୟ କରିଥିଲେ। ବର୍ତ୍ତମାନର ଟ୍ରେଲରକୁ ଦେଖି ଲୋକେ ପୁରୁଣା ଲଭ୍‌ ଆଜ୍‌ କଲ୍‌କୁ ମନେ ପକାଉଛନ୍ତି।

Share