ସୈଫିନାଙ୍କ ସହ ସମର ଭ୍ୟାକେସନରେ ତୈମୁର: ଭାଇରାଲ ହେଲା ହଲିଡେ ଫଟୋ

ମୁମ୍ବାଇ,୩।୬: କରୀନା କପୁର ଖାଁ ଓ ସୈଫ ଅଲ୍ଲୀ ଖାଁ ପୁଅ ତୈମୁରଙ୍କ ସହ ଏବେ ଭ୍ୟାକେସନରେ ଅଛନ୍ତି। ସୋସିଆଲ ମିଡିଆରେ କରୀନା, ସୈଫଙ୍କ ସହ ତୈମୁରଙ୍କ ବହୁ ଫଟୋ ଭାଇରାଲ ହୋଇଛି। ତେବେ ଏମାନେ କେଉଁଠି ଯାଇଛନ୍ତି ତା’ ଏବେ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଭାଇରାଲ ହୋଇଥିବା ଫଟୋରେ କରୀନାଙ୍କ ଫ୍ଲୋରାଲ ପ୍ରିଣ୍ଟର ମିନି ଡ୍ରେସ୍‌ରେ ଦେଖିବାକୁ ମିଳିଥିବା ବେଳେ ସୈଫ ବ୍ଲୁ ଜିନ୍ସ ଓ ଟିସାର୍ଟରେ ଖୁବ୍‌ କୁଲ୍‌ ଦେଖାଯାଉଛନ୍ତି। ସେହିପରି ତୈମୁର କରୀନା ଓ ସୈଫଙ୍କ ଷ୍ଟାଇଲିସ୍‌ ଲୁକ୍‌କୁ ଟକ୍କର ଦେଇ ସିଗ୍ରୀନ ଟିସାର୍ଟ ଓ ସଟସ୍‌ରେ ନଜର ଆସିଛନ୍ତି। ଯେଉଁଥିରେ ସେ ଖୁବ୍‌ କ୍ୟୁଟ୍‌ ଲାଗୁଛନ୍ତି।

Share