ସୈଫ୍‌ଙ୍କ ପିଠିରେ ଶୋଇ ମଜା ଉଠାଉଛନ୍ତି ପୁଅ ତୈମୁର, ଫଟୋ ଶେୟାର କଲେ କରୀନା

ମୁମ୍ବାଇ: କରୋନା ଭାଇରସ୍‌ ଯୋଗୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହି ସମୟରେ ବଲିଉଡ୍‌ ଷ୍ଟାର୍‌ମାନେ ସାଧାରଣ ଲୋକଙ୍କ ପରି ନିଜ ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ଅଭିନେତ୍ରୀ କରୀନା କପୁର ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ସେ ଏହି ସମୟରେ ଫ୍ୟାନ୍‌ମାନଙ୍କ ସହ ସୋସିଆଲ ମିଡିଆରେ ଜଡ଼ିତ ରହୁଛନ୍ତି। ନିଜ ଫଟୋ ସହ ପରିବାର ଫଟୋ ମଧ୍ୟ ପୋଷ୍ଟ କରୁଛନ୍ତି। ନିକଟରେ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ପୁଅ ତୈମୁର ଏବଂ ସ୍ବାମୀ ସୈଫ୍‌ ଅଲ୍ଲୀ ଖାଁଙ୍କ ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସୈଫ୍‌ଙ୍କ ପିଠିରେ ତୈମୁର ଶୋଇ ଖୁବ୍‌ ମଜା କରୁଥିବାର ନଜର ଆସିଛନ୍ତି। ସୈଫ୍‌ ଭୂମିରେ ପେଟେଇ ଶୋଇଥିବା ବେଳେ ତୈମୁର ତାଙ୍କ ପିଠିରେ ଉପରକୁ ଚାହିଁ ଶୋଇଛନ୍ତି। ଏହି ଫଟୋ ଶେୟାର କରି କରୀନା ଏକ କ୍ୟାପଶନ ମଧ୍ୟ ଲେଖିଛନ୍ତି। ଫ୍ୟାନ୍‌ମାନେ ଏହି ଫଟୋକୁ ବେଶ୍‌ ପସନ୍ଦ କରିଛନ୍ତି।

Share