Categories: ଖେଳ

ସୋଏବ ଅଖତର ଶେୟାର କଲେ ଦ୍ୱିତୀୟ ପୁଅର ଫଟୋ, ଏମିତି କହିଲେ ହରଭଜନ ସିଂ

ଭାରତ ଏବଂ ପାକିସ୍ତାନ ଖେଳାଳିମାନେ କେବଳ ପଡିଆରେ ନୁହେଁ, ପଡିଆ ବାହାରେ ମଧ୍ୟରେ ପରସ୍ପର ଟିପ୍ପଣୀ ଦେବା ଦେଖାଯାଏ। ଏହା ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି। ପାକିସ୍ତାନ ପୂର୍ବତନ ପେସ୍‌ ବୋଲର ସୋଏବ୍‌ ଅଖତର ଦ୍ୱିତୀୟଥର ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେ ପୁଅ ସହ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ମଜାଳିଆ କମେଣ୍ଟ କରିଛନ୍ତି ଭାରତୀୟ ସ୍ପିନର୍‌ ହରଭଜନ ସିଂ। ସେ ‘ସୋଏବଙ୍କ ପୁଅ ଆଶୀର୍ବା ଦେଇ କହିଥିଲେ ୧୦୦ ସ୍ପିଡ୍‌ ହୋଇନାହିଁ ଭାଇ…’। ଭଜ୍ଜିଙ୍କ ଏହି କମେଣ୍ଟ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଛି। ଏଭହି କମେଣ୍ଟକୁ ୧୫ ହଜାରୁ ଊର୍ଦ୍ଧ୍ୱ ଲାଇକ ଏବଂ ୫୨୬ ରିଟୁଇଟ୍‌ ହୋଇସାରିଲାଣି। ସୂଚନାଯୋଗ୍ୟ, ୨୦୧୪ରେ ସୋଏବ ବିବାହ କରିଥିଲେ। ନଭେମ୍ବର ୭ରେ ତାଙ୍କୁ ପ୍ରଥମ ପୁତ୍ର ସନ୍ତାନ ହୋଇଥିଲା।

Share