Categories: ଖେଳ

ସୋଧୀ ରାଜସ୍ଥାନର ସ୍ପିନ ବୋଲିଂ ପରାମର୍ଶଦାତା

ଜୟପୁର, ୨।୧ (ପି.ଟି.)- ଆଇପିଏଲ୍‌ ଆଗାମୀ ୨୦୨୦ ସଂସ୍କରଣ ଲାଗି ରାଜସ୍ଥାନ ରୟାଲ୍ସ ନ୍ୟୁଜିଲାଣ୍ଡ ଲେଗ୍‌-ସ୍ପିନର ଇଶ୍‌ ସୋଧୀଙ୍କୁ ଦଳର ସ୍ପିନ ବୋଲିଂ ପରାମର୍ଶଦାତା ଭାବେ ନିଯୁକ୍ତ ଦେଇଛି। ୨୭ ବର୍ଷୀୟ ଏହି ସ୍ପିନର ଆଇପିଏଲ୍‌ର ୨୦୧୮ ଓ ୨୦୧୯ ସଂସ୍କରଣରେ ରାଜସ୍ଥାନ ପକ୍ଷରୁ ପ୍ରତିନିଧିତ୍ୱ କରୁଥିଲେ। ଏହି ୨ଟି ସଂସ୍କରଣରେ ସେ ୮ ମ୍ୟାଚ୍‌ରୁ ୯ ଉଇକେଟ୍‌ ହାସଲ କରିଥିଲେ। କିନ୍ତୁ ୨୦୨୦ ଖେଳାଳି ନିଲାମୀ ପ୍ରକ୍ରିୟା ପୂର୍ବରୁ ତାଙ୍କୁ ରାଜସ୍ଥାନ ଦଳରୁ ରିଲିଜ କରିଦେଇଥିଲା। ନୂଆ ଭୂମିକା ପାଇବା ପରେ ସୋଧୀ ଏବେ ରାଜସ୍ଥାନ ରୟାଲ୍ସର ବୋଲିଂ କୋଚ୍‌ ସାଇରାଜ ବାହୁତୁଲେ ଓ ଚିଫ୍‌ ଅପରେଟିଂ ଅଫିସର ଜ୍ୟାକ୍‌ ଲୁଶ ମ୍ୟାକ୍‌ରମ୍‌ଙ୍କ ସହ ମିଶିକି ଏକାଠି କାମ କରିବେ। ସୋଧୀ ନ୍ୟୁଜିଲାଣ୍ଡ ପକ୍ଷରୁ ୪୦ ଟି୨୦ ମ୍ୟାଚ୍‌ ଖେଳି ୪୭ ଉଇକେଟ୍‌ ହାସଲ କରିଛନ୍ତି। ସେହିଭଳି ସେ ୧୭ ଟେଷ୍ଟ ଓ ୩୧ ଦିନିକିଆ ମ୍ୟାଚ୍‌ ମଧ୍ୟ ଖେଳିଛନ୍ତି।

Share