ସୋନଭଦ୍ରା,୨୧।୭: ଜମି ବିବାଦକୁ ନେଇ ଉତ୍ତର ପ୍ରଦେଶର ସୋନଭଦ୍ରାରେ ୧୦ ଜଣଙ୍କୁ ଗୁଳିକରି ହତ୍ୟା କରାଯିବା ପରେ ରାଜନୀତି ହୋଇଛି ଉଷ୍ମ। ଏହି ଘଟଣାକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ସୋନଭଦ୍ରା ଗସ୍ତ କରିଥିଲେ। ସେଠାରେ ସେ ପୀଡିତ ପରିବାରଙ୍କୁ ଭେଟିବା ସହ ମୃତବ୍ୟକ୍ତିଙ୍କ ପରିବାରକୁ ୧୮.୫ ଲକ୍ଷ ଟଙ୍କା ଓ ଆହତ ବ୍ୟକ୍ତିଙ୍କ ପରିବାରକୁ ୨.୫ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦିଆଯିବ ବୋଲି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ଏହା ଦିଆଯିବ ବୋଲି ସେ କହିଛନ୍ତି।