ସୋନମ୍‌ କପୁରଙ୍କ ଫିଲ୍ମରେ ବିରାଟ କୋହଲିଙ୍କ ଏଣ୍ଟ୍ରି

ବଲିଉଡ୍‌ ଅଭିନେତ୍ରୀ ସୋନମ କପୁରଙ୍କ ଆଗାମୀ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ରେ ବିରାଟ କୋହଲିଙ୍କୁ ଦେଖିବାକୁ ମିଳିବ। କିନ୍ତୁ ଫିଲ୍ମରେ ଅସଲ ନୁହେଁ, ନକଲି ବିରାଟ କୋହଲିଙ୍କୁ ଦେଖିବାକୁ ମିଳିବ। ଫିଲ୍ମରେ ଜୋୟା ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଛନ୍ତି ସୋନମ। ଗୋଟିଏ ଇନିଂଶ ଯୋଗୁ ଜଣେ କ୍ରିକେଟର ଭାଗ୍ୟ କେମିତି ବଦଳିଯାଏ ତାହା ଉପରେ ନିର୍ମିତ ହୋଇଛି। ଫିଲ୍ମରେ ବିରାଟ କୋହଲି ଭଳି ଅବିକଳ ଦେଖାଯାଉଥିବା ଗୌରବ ଆରୋଡା ବିରାଟ କେହଲିଙ୍କ ଭୂମିକାରେ ନଜର ଆସିଛନ୍ତି। ସୋନମ ଫିଲ୍ମର ଏକ ଭିଡିଓ ଶେୟାର୍‌ କରିଛନ୍ତି। ଯେଉଁ ଭିଡିଓରେ ଏଗ ମ୍ୟାଚରେ ଭାରତୀୟ ଖେଳାଳିମାନେ ଗଣେ ପରେ ଜଣେ ଆଉଟ୍‌ ହୋଇଯାଉଥିବାବେଳେ ଡ୍ରେସିଂ ରୁମ୍‌ରେ ବସିଥିବା ବିରାଟଙ୍କ ନଂ ଆସୁଛି। ସେ ବେକରେ ଜୋୟଙ୍କ ଫଟୋ ଥିବା ଲକେଟ୍‌ ପିନ୍ଧି ପଡିଆକୁ ଓହ୍ଲାଉଛନ୍ତି। ବିରାଟ କୋହଲିଙ୍କ ଟିକ୍‌ଟକ୍‌ ଭିଡିଓ କରି ଦେଶରେ ଲୋକପ୍ରିୟତା ଅର୍ଜନ କରିଥିବା ଗୌରବ ଫିଲ୍ମରେ ଏକ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ଜଣାପଡିଛି।

Share