ସୋନମ ପଲେଇ ଗଞ୍ଜାମ ଜିଲା ପରିଷଦ ଅଧ୍ୟକ୍ଷା

ଛତ୍ରପୁର, ୨।୭ (ଡି.ଏନ୍‌.ଏ.)-ଗଞ୍ଜାମ ଜ଼ିଲା ପରିଷଦ ଅଧ୍ୟକ୍ଷା ପଦବୀ ପୁଣି ବିଜେଡି ହାତେଇବାରେ ସକ୍ଷମ ହୋଇଛି। ବିଜେଡି ପ୍ରାର୍ଥୀ ତଥା ଖଲ୍ଲିକୋଟ ବ୍ଲକ ଅଧୀନ ୧୧ ନଂ ଜୋନ ଜ଼ିଲା ପରିଷଦ ସଭ୍ୟା ସୋନମ ପଲେଇ ଅଧ୍ୟକ୍ଷା ଭାବେ ମଙ୍ଗଳବାର ନିର୍ବାଚିତ ହୋଇଛନ୍ତି। ସୁବାସ ଚନ୍ଦ୍ର ବେହେରା ଛତ୍ରପୁର ବିଧାୟକ ଭାବେ ନିିର୍ବାଚିତ ହେବାପରେ ଜ଼ିଲା ପରିଷଦ ସଭାପତି ପଦବୀରୁ ଇସ୍ତଫା ଦେଇଥିଲେ। ଫଳରେ ପଦବୀ ଲାଗି ନିର୍ବାଚନର ଆବଶ୍ୟକତା ପଡ଼ିଥିଲା। ଖାଲି ପଡ଼ିଥିବା ଅଧ୍ୟକ୍ଷ ପଦ ପାଇଁ ମଙ୍ଗଳବାର ଜ଼ିଲା ପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ପଦବୀ ଲାଗି ସୋନମ ବିଜେଡିରୁ ଜଣେ ମାତ୍ର ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କରିଥିଲେ। ସେ ଏକା ହୋଇଥିବାରୁ ତାଙ୍କୁ ଅଧ୍ୟକ୍ଷା ଭାବେ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜ଼ିଲାପାଳ ଲକ୍ଷ୍ମୀକାନ୍ତ ସେଠୀ ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ।

Share