ସୋନାକ୍ଷୀଙ୍କୁ ପସନ୍ଦ ନୁହେଁ ବଲିଉଡ୍‌ ନାୟକ!

ମୁମ୍ବାଇ: ବଲିଉଡ୍‌ ନାୟକ ନାୟିକାଙ୍କ ପ୍ରେମ ସମ୍ପର୍କକୁ ନେଇ ସାଧାରଣ ଲୋକଙ୍କ ମନରେ ଯେଉଁ ଧାରଣା ରହିଛି ତା’ଠାରୁ ନାୟିକା ସୋନକ୍ଷୀ ସିହ୍ନା ଟିକେ ଭିନ୍ନ। କୁହାଯାଏ ବଲିଉଡ୍‌ ନାୟକ ନାୟିକାଙ୍କ ମଧ୍ୟରେ ଗଢିଉଠିଥାଏ ପ୍ରେମ ସମ୍ପର୍କ। ହେଲେ ସୋନାକ୍ଷୀ ନିକଟରେ ଏକ ସାକ୍ଷାତ୍‌କାରରେ ଏମିତି କଥା କହିଛନ୍ତି ଯାହା ସମସ୍ତଙ୍କ ମୁଣ୍ଡ ବିଗାଡି ଦେଇଛି। ସବୁ ଅବିବାହିତ ନାୟକ ନାୟିକାଙ୍କ ପ୍ରେମ କାହାଣୀ ଓ ବିବାହକୁ ନେଇ ପ୍ରଶ୍ନ ଆସୁଥିବା ବେଳେ ସୋନାକ୍ଷୀ ମଧ୍ୟ ଏମିତି ପ୍ରଶ୍ନକୁ ସାମ୍ନା କରିଛନ୍ତି। ତାଙ୍କ ବିବାହକୁ ନେଇ ପ୍ରଶ୍ନ କରିବାରୁ ସେ କହିଛନ୍ତି ମୁଁ ତ ଆଜି ପର୍ଯ୍ୟନ୍ତ କାହାକୁ ପସନ୍ଦ କରିନାହିଁ। ଅନ୍ୟପଟେ ମୋ ମାତାପିତା ଚାହାଁନ୍ତି ଜଣେ ସରଳ ଓ ଭଦ୍ର ପିଲା ମୋତେ ବିବାହ କରନ୍ତୁ। ହେଲେ ସେମିତି ପିଲା ହୁଏତ ବଲିଉଡ୍‌ରେ ମିଳିବା କଷ୍ଟ। ତେଣୁ ଯେବେ ସେମିତି ଯୁବକ ତାଙ୍କୁ ମିଳିଯିବେ ସେ ବିବାହ କରିବେ ବୋଲି କହିଛନ୍ତି। ତାଙ୍କ ପୁରୁଷ ବନ୍ଧୁଙ୍କ ବିଷୟରେ ପଚାରିବାରୁ ସେ କହିଛନ୍ତି ଏପର୍ଯ୍ୟନ୍ତ ତ ସେମିତି ବନ୍ଧୁ ତାଙ୍କର ନାହାଁନ୍ତି। ଆଉ ଭବିଷ୍ୟତରେ ଯଦି ତାଙ୍କର କେହି ପୁରୁଷ ବନ୍ଧୁ ହୁଅନ୍ତି ତେବେ ସେ ତାଙ୍କୁ ସହଜରେ ଧୋକା ଦେଇ ପାରିବେନି। କାରଣ ଯଦି ତାଙ୍କୁ ପୁରୁଷ ବନ୍ଧୁ ଜଣଙ୍କ ଧୋକା ଦେବେ ତେବେ ସେ ତା’ପୂର୍ବ ଦିନର ସୂର୍ଯ୍ୟୋଦୟ ଦେଖିପାରିବେନି। ସୋନାକ୍ଷୀଙ୍କ ଏମିତି ମଜାଳିଆ କଥା ଏବେ ତାଙ୍କ ପ୍ରଶଂସକଙ୍କୁ ଚର୍ଚ୍ଚାର ଖୋରାକ ଯୋଗାଇଛି।

Share