ସୋନାକ୍ଷୀ କହିଲେ ‘କାମ ମୋ ନିକଟକୁ ଆସେ, ମୁଁ ଯାଏନି’

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ କ୍ୟାରିୟରକୁ ଯଦି ଦେଖାଯାଏ ତେବେ ‘ଦବଙ୍ଗ’ ସିରିଜ୍‌ ବ୍ୟତୀତ ଏତେ ହିଟ୍‌ ଫିଲ୍ମ ଆଉକିଛି ନାହଁି। କିନ୍ତୁ ବକ୍ସ ଅଫିସରେ ୧୫୦୦ କୋଟି କ୍ଲବରେ ସେ ସାମିଲ ହୋଇଛନ୍ତି। ତାଙ୍କର ଶେଷ ହିଟ୍‌ ଫିଲ୍ମ ‘ମିଶନ ମଙ୍ଗଲ’। ଗତ ଦଶକରେ ସେ ପ୍ରାୟ ୨୦ ଫିଲ୍ମରେ ଅଭିନୟ କରିସାରିଛନ୍ତି। ତାଙ୍କର ସଫଳତା ନେଇ ସୋନାକ୍ଷୀ କୁହନ୍ତି, ଏଠାରେ ବନ୍ଧୁ ହୁଅନ୍ତି, କିଛିଦିନ ପରେ ଚାଲିଯାଇଥାନ୍ତି।

ଲବି କରି କାମ କରିବା ମୁଁ କେବେ ଭାବି ନାହିଁ। ମୁଁ କେବେ କେଉଁ ପ୍ରଯୋଜକଙ୍କ ପାଖକୁ ଯାଇ କହିନି ମୋତେ କାମ ଦିଅ ବୋଲି। ମୁଁ ସବୁବେଳେ ମୋ’ କାମରେ ବିଶ୍ୱାସ କରେ ଆଉ କାମ ମୋ’ ନିକଟକୁ ଆସିଥାଏ। ମୋ’ କାମକୁ ନେଇ ମୁଁ ବହୁତ ଖୁସି। ଏବେ କାରିୟର ପ୍ରତି ଫୋକସ କରୁଛି। ଲବି କରି ପୁରସ୍କାର ଆଣିବା ଅପେକ୍ଷା ନ ମିଳିବା ଭଲ।

Share