ସୋନାକ୍ଷୀ ୩୩ ବର୍ଷରେ ପାଦ ଦେଲେ

ମୁମ୍ବାଇ, ୨।୬: ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ମଙ୍ଗଳବାର ୩୩ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୮୭ ଜୁନ୍‌ ୨ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ ସେ ଫେଶନ ଡିଜାଇନିଂ ପ୍ରତି ଆକର୍ଷିତ ହୋଇଥିଲେ। ତେବେ ପରେ ବଲିଉଡ୍‌ରେ ୨୦୧୦ରେ ଦବଙ୍ଗ ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିଥିଲେ। ତାଙ୍କର ଶରୀର ଓଜନ ବଢୁଥିବାରୁ ସେ ନେଇ ସୋନାକ୍ଷୀ ବେଶ୍‌ ଚିନ୍ତିତ ଥିଲେ। ପରେ ସେ ଆରୋବିକ୍ସ୍‌ କରିବା ଆରମ୍ଭ କରିଥିଲେ। ଫିଲ୍ମରେ ତାଙ୍କର ସୃଜନଶୀଳ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଥାନ୍ତି। ତାଙ୍କର ଅପ୍‌କମିଂ ଫିଲ୍ମ ‘ଭୁଜ୍‌: ଦି ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ଏବେ ଚର୍ଚ୍ଚା ଜାରି ରହିଛି। କରୋନା ସଂକ୍ରମଣ ଯୋଗୁ ଫିଲ୍ମର ଶୁଟିଂ ବନ୍ଦ ରହିଛି।

Share