Advertisement

ସୋନାଙ୍କୁ ସଲମାନଙ୍କ ଫ୍ୟାନ୍‌ କହିଲେ ଘରେ ପଶି ମାରିବୁ

ସବୁବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା କଣ୍ଠଶିଳ୍ପୀ ସୋନା ମହାପାତ୍ର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ଭାଇଜାନଙ୍କୁ ଟାର୍ଗେଟ୍‌ କରିଛନ୍ତି ସେ। ସୋସିଆଲ ମିଡିଆରେ ସଲମାନଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇଛନ୍ତି। ଏପରିକି ଭାଇଜାନଙ୍କୁ ‘ବିଷାକ୍ତ ପୌରୁଷତ୍ୱ’ କହିଛନ୍ତି ସୋନା। ଅନ୍ୟପକ୍ଷରେ ଏହି କଥାର କଡ଼ା ଜବାବ ଦେଇଛନ୍ତି ସଲମାନଙ୍କ ଫ୍ୟାନ୍‌।

ସୋସିିଆଲ ମିଡିଆରେ ଫ୍ୟାନ ଜଣକ ଲେଖିଛନ୍ତି, ଆଉ ଥରେ ଯଦି ଭାଇଜାନଙ୍କୁ ଏମିତି ଖରାପ କଥା କୁହ ତେବେ ଘରେ ପଶି ମାରିବୁ। ଏହା ତୁମକୁ ପ୍ରଥମ ଚେତାବନୀ। ଏହି ଧମକପୂର୍ଣ୍ଣ ବାର୍ତ୍ତାର ଏକ ସ୍କ୍ରିନ୍‌ସଟ୍‌ କରି ସୋନା ସୋସିଆଲ ମିଡିଆରେ ନିଜେ ଶେୟାର କରିଛନ୍ତି। ତେବେ ‘ଭାରତ’ ଫିଲ୍ମ ଛାଡ଼ିବା ନେଇ ସୋନା ପ୍ରିୟଙ୍କାଙ୍କୁ ସମର୍ଥନ ଦେବା ସହ ଜୀବନରେ ଆହୁରି ଭଲ କାମ କରିବାର ଅଛି ବୋଲି କହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share