Categories: ଜାତୀୟ

ସୋନିଆଙ୍କ ଜନ୍ମଦିନରେ କଂଗ୍ରେସ କର୍ମୀଙ୍କୁ ପିଆଜ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ,୯।୧୨: କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର ସୋମବାର ୭୩ ତମ ଜନ୍ମଦିବସ ଥିଲା। ହେଲେ ଦେଶରେ ମହିଳାଙ୍କ ସୁରକ୍ଷାକୁ ନେଇ ଯେଉଁ ପ୍ରଶ୍ନ ଉଠିଛି ସେଥିପାଇଁ ସେ ଏଥର ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଥିଲେ। କିନ୍ତୁ ତାଙ୍କ ଜନ୍ମଦିନ ଅବସରରେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀ କଂଗ୍ରେସକର୍ମୀଙ୍କୁ ୧ କିଲୋଗ୍ରାମ ପିଆଜ ଉପହାର ଦେଇଥିବା ଜଣାପଡିଛି। ଦେଶର ବିଭିନ୍ନ ଭାଗରେ ପିଆଜ ଦର ପାଖାପାଖି କିଲୋପିଛା ଦର ୨ଶହ ଟଙ୍କା ପହଞ୍ଚିଥିବା ବେଳେ ଏହା ଏବେ ସୁନା ଭଳି ମୂଲ୍ୟବାନ୍‌ ହୋଇଯାଇଥିବା କୁହାଯାଉଛି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଏହି ଉପହାର ପାଇ କର୍ମୀମାନେ ମଧ୍ୟ ବେଶ୍‌ ଖୁସି ଥିବା ଦେଖାଯାଇଛି।

Share