Categories: ଜାତୀୟ

ସୋନିଆ ଆସିବା ପରେ ବଦଳିଛି କଂଗ୍ରେସର ଭାଗ୍ୟ!

ନୂଆଦିଲ୍ଲୀ,୨୩।୧୨: ଝାଡ଼ଖଣ୍ଡ ନିର୍ବାଚନର ଫଳାଫଳ ଆସି ନ ଥିଲେ ବି କଂଗ୍ରେସ-ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା-ରାଷ୍ଟ୍ରୀୟ ଜନତା ଦଳ ମେଣ୍ଟ ଯେଉଁ ସ୍ଥିତିରେ ରହିଛି ସେଥିରୁ ଅନୁମାନ କରାଯାଉଛି କି ଏଥର ମଧ୍ୟ ଭାରତୀୟ ଜନତା ପାର୍ଟି(ଭାଜପା) ଆଉ ଏକ ରାଜ୍ୟ ହରାଇବ। ଆଉ ଏହାକୁ ଦେଖିବା ପରେ ରାଜନୈତିକ ମହଲରେ ଆଲୋଚନା ହେଲାଣି କି ସୋନିଆ ଗାନ୍ଧୀ କଂଗ୍ରେସର ଦାୟିତ୍ୱ ନେବା ପରେ ଏହାର ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିଛି। ଝାଡ଼ଖଣ୍ଡରେ ଗତ ନିର୍ବାଚନରେ କଂଗ୍ରେସ ଯେତିକି ଆସନ ହାତେଇଥିଲା ତା ଅପେକ୍ଷା ଏଥର ଅଧିକ ଆସନରେ ବିଜୟ ଲାଭ କରିବ ବୋଲି ଅନୁମାନ କରାଯାଉଛି। ଏହା ପୂର୍ବରୁ ମଧ୍ୟ ଅନ୍ୟ ରାଜରେ କଂଗ୍ରେସ ଭଲ ପ୍ରଦର୍ଶନ କରିଥିବାରୁ ଏବେ କଂଗ୍ରେସର ସ୍ଥିତି କେବଳ ସୋନିଆଙ୍କ ପାଇଁ ପରିବର୍ତ୍ତନ ହୋଇଛି ବୋଲି ଆଲୋଚନା ହେଲାଣି।

Share