ମୁମ୍ବାଇ,୨୩।୧୧: ଶନିବାର ମହାରାଷ୍ଟ୍ର ରାଜନୀତିରେ ଏମିତି ପରିବର୍ତ୍ତନ ହୋଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାତାରାତି ଓଲଟି ଯାଇଛି ସବୁକିଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଶିବସେନା ମୁଖ୍ୟମନ୍ତ୍ରୀ ଆସନରେ ବସିବ ବୋଲି ଆଲୋଚନା ହେଉଥିବା ବେଳେ ଶନିବାର ସକାଳୁ କିନ୍ତୁ ମ୍ୟୁଜିକ ଚେୟାର ଭଳି ମୁଖ୍ୟମନ୍ତ୍ରୀ ଆସନରେ ବସି ପଡିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଦେବେନ୍ଦ୍ର ଫଡ୍ନବିସ। ଗୋଟିଏ ପଟେ ସରକାର ଗଠନ ନେଇ ଏନ୍ସିପି ନେତା ଶରଦ ପାଓ୍ବାର ଶିବସେନା ଓ କଂଗ୍ରେସ ସହ ମେଣ୍ଟ କରିବାକୁ ଯାଉଥିବା ବେଳେ ଅନ୍ୟପଟେ ଏନ୍ସିପି ନେତା ଅଜିତ୍ ପାଓ୍ବାର ଭାଜପା ସହ ମିଶି ସରକାର ଗଠନ କରି ଦେଇଛନ୍ତି। ଏହାଏବେ ରାଜନୈତିକ ମହଲରେ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଛି। ତେବେ ଶନିବାର ସକାଳୁ ମହାରାଷ୍ଟ୍ରବାସୀଙ୍କ ନିଦ ନ ଭାଙ୍ଗୁଣୁ ରାଷ୍ଟ୍ରପତି ଶାସନ ପରିବେର୍ତ୍ତ ପୁଣିଥରେ ଫଡ୍ନବିସଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିଛନ୍ତି।