Categories: ଜାତୀୟ

ସୋନିଆ ରାଜନୀତିଠାରୁ ଦୂରେଇ ରହିବାକୁ ଚାହୁଁଥିଲେ !

ନୂଆଦିଲ୍ଲୀ,୯।୧୨: କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରବିବାର ୭୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୪୬ ଡିସେମ୍ବର ୯ରେ ସେ ଇଟାଲୀର ଲୁସିଆନାଠାରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୬୮ରେ ସେ ରାଜୀବ ଗାନ୍ଧୀଙ୍କୁ ବିବାହ କରିଥିଲେ। ଦୀର୍ଘ ୨୦ ବର୍ଷ ଧରି କଂଗ୍ରେସର ନେତୃତ୍ୱ ନେଇଥିବା ସୋନିଆ ରାଜନୀତିକୁ ଆସିବାକୁ ଚାହୁଁ ନ ଥିଲେ ବୋଲି ଏକ ସାକ୍ଷାତ୍‌କାରରେ ପ୍ରକାଶ କରିଥିଲେ। ରାଜୀବ ଗାନ୍ଧୀ ରାଜନୀତିରେ ପ୍ରବେଶ କରନ୍ତୁ ବୋଲି ସେ ଚାହୁଁ ନ ଥିଲେ। ମାତ୍ର ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ ରାଜୀବ ବାଧ୍ୟ ହୋଇ ରାଜନୀତିକୁ ଆସିଥିଲେ। ସେହିପରି ରାଜୀବଙ୍କ ମୃତ୍ୟୁ ପରେ ସୋନିଆ ମଧ୍ୟ ରାଜନୀତିରେ ଯୋଗ ଦେଇଥିଲେ। ଏପରି କରି ନ ଥିଲେ ସେ ଭୀରୁ ସାବ୍ୟସ୍ତ ହୋଇଥାନ୍ତେ ବୋଲି ସୋନିଆ ସାକ୍ଷାତ୍‌କାରରେ କହିଥିଲେ। ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦେଶର ବିଭିନ୍ନ ରାଜନୈତିକ ଦଳର ନେତା ଶୁଭେଚ୍ଛା ଜଣାଇଛନ୍ତି।

Share