Categories: ଜାତୀୟ

ସୋପିଆନରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ୩ ଆତଙ୍କବାଦୀ ମୃତ

ଶ୍ରୀନଗର,୧୨ ।୧୦: ଜମ୍‌ୁ-କଶ୍ମୀରର ସୋପିଆନରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଇଜିପି କଶ୍ମୀର ବିଜୟ କୁମାର କହିଛନ୍ତି ମୃତ୍ୟୁ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କୁ ଚିହ୍ନଟ କରାଯାଇଛି । ସେ ଗନ୍ଦରୱାଲ ନିବାସୀ ମୁଖତାର ଶାହା । ଅନ୍ୟ ଦୁଇଜଣଙ୍କର ପରିଚୟ ମିଳିପାରି ନାହିଁ । ସୂଚନାଯୋଗ୍ୟ, ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ କହିଥିଲା । ହେଲେ ଆତଙ୍କବାଦୀମାନେ ସରେଣ୍ଡର କରିବା ପରିବର୍ତ୍ତେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆକ୍ରମଣ କରିଥିଲେ । ଯାହାର ଜବାବରେ ସୁରକ୍ଷାକର୍ମୀ ୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡାଇଛନ୍ତି ।

Share