Categories: ଜାତୀୟ

ସୋପେରରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳି ଚାଳନା: ୨ ବର୍ଷର ଶିଶୁ କନ୍ୟା ସହିତ ୪ ଆହତ

ଶ୍ରୀନଗର,୭।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଛି। ଶନିବାର ଉତ୍ତର କଶ୍ମୀରର ସୋପେର ଜିଲାରେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚାଳନା କରିଛନ୍ତି। ଏଥିରେ ୨ ବର୍ଷର ଶିଶୁକନ୍ୟା ଉସମା ଜାନ୍‌ଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ଡୁଙ୍ଗରପୋରା ଗାଁରେ ଜଣେ ଫଳ ବ୍ୟବସାୟୀ ହମିଦୁଲ୍ଲା ରାଥେର୍‌ଙ୍କ ଘର ଉପରକୁ ଗୁଳି ଚଳାଇ ଥିଲେ। ମନାକରିବା ସତ୍ତ୍ୱେ ହମିଦୁଲ୍ଲା ଫଳ ବ୍ୟବସାୟ କରୁଥିବାରୁ ଆତଙ୍କବାଦୀମାନେ ଏଭଳି କରିଥିବା ପୋଲିସ ସୂଚନା ଦେଇଛି।

Share