Categories: ଜାତୀୟ

ସୋପୋରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ଲଶ୍କର ଆତଙ୍କବାଦୀ ଆସିଫ୍‌ ନିହତ

ଶ୍ରୀନଗର,୧୧।୯: ଜମ୍ମୁ-କଶ୍ମୀର ସୋପୋରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଲଶ୍କର-ଇ-ତୋଏବା ଶୀର୍ଷ ଆତଙ୍କବାଦୀ ଆସିଫ୍‌ଙ୍କ ମୃତ୍ୟୁ ଘଟିଛି। ଆସିଫ୍‌ ଏଠାରେ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ ହୋଇଥିଲା। ତାଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଦିଆଯାଇଥିଲା। ତେବେ ପ୍ରଥମେ ଆସିଫ୍‌ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଏଥିରେ ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା କୁହାଯାଉଛି। ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। କିଛି ଦିନ ତଳେ ଜଣେ ସ୍ଥାନୀୟ ଫଳ ବେପାରୀଙ୍କ ପରିବାରଙ୍କୁ ଆସିଫ୍‌ ଆକ୍ରମଣ କରିଥିଲେ। ଏଥିରେ ଜଣେ ଶିଶୁ କନ୍ୟା ଅସମା ଜାନ୍‌ ଆହତ ହୋଇଥିଲେ।

Share