Advertisement
Categories: ଜାତୀୟ

ସୋପୋରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର, ୨୦।୪: ଜମ୍ମୁ-କଶ୍ମୀର ସୋପୋରରେ ଶନିବାର ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁ ବୁହିଁ ହୋଇଛନ୍ତି। ଏଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସ୍ଥାନୀୟ ବାଟରଗାମ୍‌ରେ ସୁରକ୍ଷାକର୍ମୀଙ୍କ ଗସ୍ତ କାର୍ଯ୍ୟକ୍ରମ ଜାରି ରହିଥିବାବେଳେ ଏଠାରେ ଲୁଚି ଥିବା ଆତଙ୍କବାଦୀ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀଙ୍‌ ପକ୍ଷରୁ ପାଲଟା ଆକ୍ରମଣ ଆରମ୍ଭ ହୋଇଥିଲା। ସମଗ୍ର ଅଞ୍ଚଳକୁ ୩୨ ଆର୍‌ଆର୍‌ ଯବାନ ଘେରି ରହି ସର୍ଚ୍ଚ ଅପରେଶନ ଆରମ୍ଭ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share