Categories: ଜାତୀୟ

ସୋମବାରଠାରୁ କରତାରପୁର ବନ୍ଦ

ନୂଆଦିଲ୍ଲୀ,୧୫।୩: ଭାରତରେ ଇତିମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୭ ଛୁଇଁଛି। ସଂକ୍ରମଣକୁ ଦୃଷ୍ଟିରେ ଭାରତ ସରକାରଙ୍କ ପକ୍ଷରୁ ଭିଡ଼ରୁ ଦୂରେଇ ରହିବାକୁ ଲୋକଙ୍କ ପରାମର୍ଶ ଦିଆଯାଇଛି। ପାକିସ୍ତାନରେ ଥିବା କରତାରପୁର ମଧ୍ୟରେ ଶ୍ରଦ୍ଧାଳୁଙ୍କ ଯିବା ଆସିବାକୁ ସୋମବାରଠାରୁ ବନ୍ଦ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରବିବାର ମଧ୍ୟରାତ୍ରରୁ ଭାରତ-ପାକିସ୍ତାନ ସୀମା ସିଲ୍‌ କରାଯିବା ସହିତ କରତାରପୁର ମଧ୍ୟରେ ଯିବା ଆସିବା ଉପରେ କଟକଣା ଜାରି କରାଯିବ ବୋଲି କୁହାଯାଉଛି।

Share