ଛତ୍ରପୁର,୭।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ପଜିଟିଭ୍ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ କରୋନା ପଜିଟିଭ ତାଲିକାରେ ଜିଲା ପ୍ରଥମରେ ରହିଛି। ଗଞ୍ଜାମରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଜିଲାକୁ ଫେରି କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଛନ୍ତି। ଏଥିପାଇଁ ଜିଲାରେ ପଜିଟିଭ୍ ସଂଖ୍ୟା ଅଧିକ ହୋଇଛି। ପୂର୍ବରୁ କ୍ୱାରାଣ୍ଟାଇନ ସେଣ୍ଟରରୁ କେବଳ ପଜିଟିଭ୍ ଚିହ୍ନଟ ହେଉଥିଲେ, ବର୍ତ୍ତମାନ ଏମାନଙ୍କ ସଂସ୍ପର୍ଶରେ ଆସି ଅନ୍ୟମାନେ ସଂକ୍ରମିତ ହେବାରେ ଲାଗିଛନ୍ତି। ଏଥିଲାଗି ସୋମବାରଠାରୁ ଗଞ୍ଜାମ ଜିଲାର ସମସ୍ତଙ୍କ ଘରକୁ ଯାଇ କରୋନା ଲକ୍ଷଣ ଯାଞ୍ଚ କରାଯିବ। ଜିଲାରେ ଏଥିପାଇଁ ସ୍ବାସ୍ଥ୍ୟ ଯାଞ୍ଚ ଫେଜ -୨ ଆରମ୍ଭ ହେବ ଏବଂ ୩ ଲକ୍ଷରୁ ଉର୍ଦ୍ଧ୍ୱ ଘରକୁ ଯାଇ ଟିମ୍ ଏହି ଯାଞ୍ଚ କରିବ ବୋଲିଦ୍ଧ୍ଜିଲାପାଳ ବିଜୟ ଅମୃତା କଚଲାଙ୍ଗେ ରବିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପ୍ରତି ଟିମ୍ରେ ଅଙ୍ଗନବାଡି, ଆଶା କର୍ମୀ, ଶିକ୍ଷକ ସମେତ ୪ ଜଣ ସଦସ୍ୟ ରହିବେ ପୂର୍ବରୁ ମଧ ସମସ୍ତ ଘରକୁ ଯାଇ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିଲା।