ସୋମବାରଠାରୁ ଗଞ୍ଜାମ ଜିଲାରେ ଲକ୍‌ଡାଉନ୍‌ କୋହଳ, ବଳବତ୍ତର ରହିବ ଅନ୍ୟାନ୍ୟ କଟକଣା: ଜିଲାପାଳ

ଛତ୍ରପୁର, ୧୯।୪(ଡି.ଏନ୍‌.ଏ.)- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସୋମବାରଠାରୁ ଗଞ୍ଜାମ ଜିଲାରେ ଲକ୍‌ଡାଉନ୍‌ କୋହଳ କରାଯାଇଛି। ଫଳରେ ପୂର୍ବରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଦିଆଯାଇଥିବା ନିର୍ଦ୍ଧାରିତ ସମୟସୀମା ଉପରେ ଥିବା କଟକଣା ଉଠାଇ ନିଆଯାଇଛି। ହେଲେ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା, ବାହାରେ ଛେପ ନ ପକାଇବା ଆଦି ନିର୍ଦ୍ଦେଶନାମା ପୂର୍ବଭଳି ବଳବତ୍ତର ରହିଥିବା ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ସୂଚନା ଦେଇଛନ୍ତି।

ଜିଲାପାଳ କହିଛନ୍ତି, ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଆଗରେ ୨ ମିଟର ଦୂରତା ଅବଲମ୍ବନ କରି ଗ୍ରାହକ ଛିଡା ହେବେ। ଏହାକୁ ଖିଲାପ କଲେ ଉକ୍ତ ଦୋକାନ ସିଲ୍‌ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାଛଡ଼ା ମୋଟର ସାଇକେଲରେ ଜଣେ ଲେଖାଏ ଚାଳକ ରାସ୍ତାରେ ଗାଡି ଚଲାଇ ପାରିବେ। ଗୁଟଖା, ପାନ, ଚା’ ଓ ମଦ ଦୋକାନ ବନ୍ଦ ରହିବ। ଏମ୍‌ଜିଏନଆର୍‌ଜିଏସ୍‌, ରୁରାଲ ହାଉସିଂ କାମ ଗ୍ରାମାଞ୍ଚଳରେ କରାଯିବ। ସେହିପରି ସହରାଞ୍ଚଳରେ କନ୍‌ଷ୍ଟ୍ରକ୍‌ଶନ କାମ ଚାଲିବ ବୋଲି ମଧ୍ୟ ସେ କହିଛନ୍ତି।

Share