ସୋମବାରଠାରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ ଅଫିସ,୭ା୭- ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ସୋମବାରଠାରୁ ଆରମ୍ଭ ହେବ। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟ ସମାନ ଦିନରେ ଆରମ୍ଭ ହେଉଛି। ପରୀକ୍ଷା ପରିଚାଳନା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ବୋର୍ଡ ସଭାପତି ଡ. ଜହଁାଆରା ବେଗମ କହିଛନ୍ତି। ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୮ରୁ ୧୪ ତାରିଖ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୮ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ ୧୨୨ଟି ପରୀକ୍ଷା କେନ୍ଦ୍ରରେ ୨୭,୬୧୬ ଜଣ ସପ୍ଲିମେଣ୍ଟାରୀ ପରୀକ୍ଷାର୍ଥୀ ଓ ୫୫ଟି ପରୀକ୍ଷା କେନ୍ଦ୍ରରେ ୯୦୩୩ଜଣ ପରୀକ୍ଷାର୍ଥୀ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଦେବେ। ପରୀକ୍ଷା ପ୍ରତିଦିନ ସକାଳ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ହେବ। କେବଳ ଗଣିତ ପରୀକ୍ଷା ନିମନ୍ତେ ୧୫ମିନିଟ ଅଧିକ ସମୟ ଦିଆଯିବ।