ସୋମବାର ଆଗତ ହେବ ବିଶ୍ୱବିଦ୍ୟାଳୟ ଅଡିଟ୍‌ ରିପୋର୍ଟ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଓଡ଼ିଶା ବିଧାନସଭାରେ ଆସନ୍ତା ସୋମବାର ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର ଅଡିଟ୍‌ ରିପୋର୍ଟ ଉପସ୍ଥାପନ କରାଯିବ। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଏହାକୁ ଉପସ୍ଥାପନ କରିବେ। ରିପୋର୍ଟ ଉପସ୍ଥାପନ ହେବାକୁ ଥିବା ବିଶ୍ୱବିଦ୍ୟାଳୟଗୁଡିକ ହେଉଛି- ଉତ୍କଳ ବିଶ୍ୱବିଦ୍ୟାଳୟ(୨୦୧୪-୨୦୧୫ରୁ ୨୦୧୬-୧୭), ସମ୍ବଲପୁର ବିଶ୍ୱବିଦ୍ୟାଳୟ(୨୦୧୪-୧୫ରୁ ୨୦୧୭-୧୮), ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ(୨୦୧୪-୨୦୧୫ରୁ୨୦୧୬-୧୭), ରେଭେନ୍‌ଶା ବିଶ୍ୱବିଦ୍ୟାଳୟ(୨୦୧୪-୧୫ରୁ ୨୦୧୭-୧୮)। ସେହିଭଳି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ(୨୦୧୪-୧୫ରୁ ୨୦୧୭-୧୮), ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ(୨୦୧୪-୧୫ରୁ ୨୦୧୬-୧୭), ଫକୀର ମୋହନ ବିଶ୍ୱବିଦ୍ୟାଳୟ(୨୦୧୪-୧୫ରୁ ୨୦୧୭-୧୮) ଏବଂ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ(୨୦୧୫-୧୬ରୁ ୨୦୧୭-୧୮)ର ରିପୋର୍ଟ ଗୃହରେ ଉପସ୍ଥାପନ କରାଯିବ।

Share