Categories: ଜାତୀୟ

ସୋମବାର ଇଦ୍‌

ନୂଆଦିଲ୍ଲୀ,୨୪।୫: ଭାରତରେ ଇଦ୍‌ ଉଲ୍‌-ଫିତର ସୋମବାର ପାଳିତ ହେବ। ଶନିବାର ଆକାଶରେ ଚନ୍ଦ୍ର ଦେଖା ନ ଦେବାରୁ ୨୫ରେ ଇଦ୍‌ ପାଳନ ଲାଗି ଦିଲ୍ଲୀ ଜାମା ମସ୍‌ଜିଦର ଶାହି ଇମାମ ଅହମଦ ଶାହ ବୁଖାରୀ ଘୋଷଣା କରିଛନ୍ତି। ତେବେ କରୋନା ମହାମାରୀ ଏବଂ ଲକ୍‌ଡାଉନ ଯୋଗୁ ଘରେ ରହି ଇଦ୍‌ ନମାଜ ପାଠ କରିବାକୁ ବୁଖାରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଧର୍ମୀୟ ସମାବେଶକୁ ନିଷଦ୍ଧ କରାଯାଇଥିବାରୁ ପ୍ରଥମ ଥର ମସ୍‌ଜିଦରେ ସମୂହ ଇଦ୍‌ ନମାଜ ପାଠ ହେବନାହିଁ। ଇଦ୍‌ ପାଳନ ସମୟ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ହୋଇଥାଏ।

Share