Categories: ଜାତୀୟ

ସୋମବାର ମଧ୍ୟାହ୍ନରୁ ଜମ୍ମୁ-କଶ୍ମୀରରେ ପୋଷ୍ଟପେଡ୍‌ ମୋବାଇଲ୍‌ ସେବା ଆରମ୍ଭ

ଶ୍ରୀନଗର,୧୨।୧୦: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଆସନ୍ତା ସୋମବାର ମଧ୍ୟାହ୍ନଠାରୁ ଜମ୍ମୁ-କଶ୍ମୀରରେ ପୋଷ୍ଟପେଡ୍‌ ମୋବାଇଲ୍‌ ସେବା ଆରମ୍ଭ ହେବ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତିି ଗ୍ରହଣ କରାଯାଇଛି। ଏନେଇ ମୁଖ୍ୟ ସଚିବ ରୋହିତ ଙ୍କସଲ ସୂଚନା ଦେଇଛନ୍ତି। ଲଶ୍କର-ଇ-ତୋଏବା ସମେତ ଅନ୍ୟ କିଛି ଆତଙ୍କବାଦୀ ସଂଗଠନ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଥିବାରୁ ସୁରକ୍ଷା ଦୃଷ୍ଟିରୁ ଅଗଷ୍ଟଠାରୁ ଏଠାରେ ମୋବାଇଲ୍‌ ସେବାକୁ ବନ୍ଦ କରାଯାଇଥିଲା।

Share