ନୂଆଦିଲ୍ଲୀ,୮।୧୨: ନାଗରିକତା ସଂଶୋଧନ ବିଲ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ ଗତ ସପ୍ତାହରେ ମଞ୍ଜୁରୀ ଦେଇଛି। ଏବେ ଏହା ସଂସଦର ଉଭୟ ଗୃହରେ ଉପସ୍ଥାପିତ ହେବ। ସୋମବାର ଏହି ବିଲ୍କୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକସଭାରେ ଆଗତ କରାଇବେ ବୋଲି କୁହାଯାଉଛି। ନାଗରିକତା ସଂଶୋଧନ ବିଲ୍ରେ ୧୯୫୫ ନାଗରିକତା ଅଧିନିୟମରେ କେତେକ ପରିବର୍ତ୍ତନ ଅଣାଯିବାର ଯୋଜନା ରହିଛି। ଏହାଦ୍ୱାରା ପାକିସ୍ତାନ, ଆଫଗାନୀସ୍ତାନ, ବାଂଲାଦେଶ ଆଦି ଦେଶରୁ ଭାରତକୁ ଆସିଥିବା ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ୍ ପ୍ରଭୃତି ଶରଣାର୍ଥୀଙ୍କ ପାଇଁ ଭାରତୀୟ ନାଗରିକତା ହାସଲ କରିବା ସହଜ ହୋଇପାରିବ ବୋଲି କୁହାଯାଉଛି।