Categories: ଜାତୀୟ

ସୋମବାର ଶକ୍ତି ପରୀକ୍ଷା ଦେବେ କମଲନାଥ: ଅଧାରାତିରେ ନିର୍ଦ୍ଦେଶ ଜାରି କଲେ ରାଜ୍ୟପାଳ

ଭୋପାଳ,୧୫।୩: ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। ଶନିବାର ବିଳମ୍ବିତ ରାତିରେ ରାଜ୍ୟପାଳ ଲାଲାଜୀ ଟଣ୍ଡନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ବିଧାନସଭାରେ ଶକ୍ତି ପରୀକ୍ଷା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର କମଲନାଥଙ୍କୁ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ରାଜ୍ୟପାଳ କହିଛନ୍ତି। ସାମ୍ବିଧାନିକ ଧାରା ୧୭୪ ଏବଂ ୧୭୫(୨) ଅନ୍ତର୍ଗତ କମଲନାଥ ସରକାରଙ୍କୁ ବିଶ୍ୱାସ ମତ ଲୋଡ଼ିବାକୁ ପଡ଼ିବ ବୋଲି ରାଜ୍ୟପାଳ ଚିଠିରେ ଉଲ୍ଲେଖ କରିଛନ୍ତି।

Share