Categories: ଜାତୀୟ

ସୋମବାର ହୋଇ ନ ପାରେ ଫ୍ଲୋର ଟେଷ୍ଟ: ପ୍ରଦୀପ ଜୟଶଓ୍ବାଲ

ଭୋପାଳ,୧୫।୩: ମଧ୍ୟପ୍ରଦେଶ ରାଜନୀତିରେ ଚାଲିଥିବା ଡ୍ରାମା ଏବେ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି। ଏଠାକାର କଂଗ୍ରେସ ସରକାର ଭାଙ୍ଗିବା ସ୍ଥିତିରେ ଥିବା କୁହାଯାଉଥିବା ବେଳେ ସୋମବାର କମଳନାଥ ସରକାର ବହୁମତ ସାବ୍ୟସ୍ତ କରିବେ ବୋଲି ରାଜ୍ୟପାଳ ଲାଲାଜି ଟଣ୍ଡନ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ମଧ୍ୟପ୍ରଦେଶ ମନ୍ତ୍ରୀ ପ୍ରଦୀପ ଜୟଶଓ୍ବାଲ କହିଛନ୍ତି, ସୋମବାର ଫ୍ଲୋର ଟେଷ୍ଟ ହୋଇ ନ ପାରେ। କାରଣ ମଧ୍ୟପ୍ରଦେଶ ଏବେ କରୋନା ଭାଇରସ ସଂକ୍ରମଣ ଉପରେ ଅଧିକ ଧ୍ୟାନ ଦେଉଥିବାରୁ ଫ୍ଲୋର ଟେଷ୍ଟ ଦେବାକୁ ସମୟ ହୋଇ ନ ପାରେ। ଅନ୍ୟପଟେ କଂଗ୍ରେସ ବହୁମତରେ ବିଜୟ ଲାଗ କରିବ ବୋଲି ତାଙ୍କର ଦୃଢ ଆଶା ରହିଛି ବୋଲି ସେ କହିଛନ୍ତି।

Share