ସୋମାଲିଆରେ ୨୦ଲକ୍ଷ ଲୋକଙ୍କ ମୃତ୍ୟୁ ଭୋକରେ ହେବା ଆଶଙ୍କା: ଜାତିସଂଘ

ଜେନେଭା,୬।୬: ଆଗାମୀ ଦିନରେ ଆବଶ୍ୟକ ଖାଦ୍ୟ ପଦାର୍ଥ ଯୋଗାଇ ଦିଆ ନ ଗଲେ ସୋମାଲିଆରେ ୨୦ ଲକ୍ଷ ଲୋକଙ୍କର ଭୋକରେ ମୃତ୍ୟୁ ହେବାର ଆଶଙ୍କା ରହିଛି। ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏନେଇ ସୂଚନା ଦିଆଯାଇଛି। ସ୍ଥିତି ସୁଧାର ଳାଗି ଏଠାରେ ୭୦କୋଟି ଡଲାରର ଆବଶ୍ୟକତା ଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଦୀର୍ଘ ଦିନ ଧରି ବର୍ଷା ନ ହେବାରୁ ଏଠାରେ ସ୍ଥିତି ଧୀରେଧୀରେ ଉତ୍କଟ ହେବାରେ ଲାଗିଛି। ମଣିଷ ସହିତ ଗୃହପାଳିତ ପ୍ରାଣୀଙ୍କର ମଧ୍ୟ ମୃତ୍ୟୁ ଘଟିବାରେ ଲାଗିଛି। ଏଠାକାର ଜନ ସଂଖ୍ୟା ଏକ କୋଟି ୫୦ ଲକ୍ଷ ରହିଛି। ସେଥିମଧ୍ୟରୁ ୩୦ ଲକ୍ଷ ଲୋକଙ୍କୁ ଖାଦ୍ୟପାନୀୟ ପାଇଁ ସଂଘର୍ଷ କରିବାକୁ ପଡୁଥିବା ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି।

Share