ସୋମାଲିଆ ହୋଟେଲରେ ଆତ୍ମଘାତୀ ବିସ୍ଫୋରଣ:୨୬ ମୃତ, ୫୬ ଆହତ

ମୋଗାଡିସୁ,୧୩।୭: ସୋମାଲିଆର ଦକ୍ଷିଣରେ ଥିବା ବନ୍ଦର ସହର କିସମାୟୋରେ ଶନିବାର ଆତ୍ମଘାତୀ ବିସ୍ଫୋରଣ ଓ ଅଜ୍ଞାତ ବ୍ୟକ୍ତିଙ୍କ ଗୁଳିମାଡ଼ରେ ୨୬ ଜଣଙ୍କ ମୃତ୍ୟୁ ହେବା ସହ ପ୍ରାୟ ୫୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତାହତଙ୍କ ସଂଖ୍ୟା ଆଗକୁ ବଢିପାରେ ବୋଲି ଅନୁମାନ କରାଯାଉଛି। ମୃତ ବିଦେଶୀ ନାଗରିକଙ୍କ ମଧ୍ୟରେ କେନିଆର ୨, କାନାଡାର ଜଣେ, ବ୍ରିଟେନର ଜଣେ, ଆମେରିକାର ୨ ଜଣ ଓ ତାଞ୍ଜାନିଆର ୩ ବ୍ୟକ୍ତି ରହିଛନ୍ତି। ଏହି ବିସ୍ଫୋରଣ ପାଇଁ ହରକତ-ଅଲ୍‌-ସାହବ ଅଲ- ମୁଜାହିଦିନ ବା ଅଲ୍‌-ସାହେବ ନାମକ ପୂର୍ବ ଆଫ୍ରିକାର ଏକ ଜଣାଶୁଣା ଜିହାଦି ଫଣ୍ଡାମେଣ୍ଟାଲିଷ୍ଟ ଗ୍ରୁପ ନିଜକୁ ଦାୟୀ କରିଛି।

Share