ସୋରଡା ଅଞ୍ଚଳରେ ଘରଘର ବୁଲି ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ

ସୋରଡା,୧୦ା୪(ଡି.ଏନ୍‌.ଏ.)- ସୋରଡା ବ୍ଲକ ଓ ଏନ୍‌ଏସି ଅଞ୍ଚଳରେ ସ୍ବାସ୍ଥ୍ୟ ଟିମ୍‌ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ ଆରମ୍ଭ କରିଛି। ଶିକ୍ଷକ ଆଶାକର୍ମୀ, ଅଙ୍ଗନଓ୍ବାଡି କର୍ମୀମାନେ ଏଥିରେ ସାମିଲ ହୋଇଛନ୍ତି। ବ୍ଲକର ୨୬ ପଞ୍ଚାୟତ ଓ ଏନ୍‌ଏସିର ସମସ୍ତ ସାହିରେ ଚାଲିଛି ଏହି କାର୍ଯ୍ୟକ୍ରମ। ଅନ୍ୟପଟେ ବଦଗଡଠାରେ ଭାଜପା ନେତା ରାଧାମୋହନ ସ୍ବାଇଁ, ଜୟରାମ ପାତ୍ର ଶ୍ରମିକ ମାନଙ୍କୁ ମାଗଣା ମାସ୍କ ନିଜେ ତିଆରି କରି ବାଣ୍ଟୁଛନ୍ତି । ଓଡିଶା ମୋଟର ଚାଳକ ସଂଘ ତରଫରୁ ସୀମାଞ୍ଚଳ ମଲ୍ଲିକଙ୍କ ନେତୃତ୍ୱରେ ଗୋରୁଙ୍କୁ ଖାଦ୍ୟ ବଣ୍ଟନ କରଯାଇଛି।

Share