Categories: ଜାତୀୟ

ସୋରେନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେନାହିଁ କେଜରିଓ୍ବାଲ

ନୂଆଦିଲ୍ଲୀ,୨୯।୧୨: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ରବିବାର ଶପଥ ନେବେ ଜେଏମ୍‌ଏମ୍‌ ନେତା ହେମନ୍ତ ସୋରେନ୍‌। ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ଦେଶର ନାମୀ ଦାମୀ ନେତାମାନଙ୍କୁ ନିମନ୍ତ୍ରଣ ମିଳିଛି। ହେଲେ ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଯୋଗ ଦେବେ ନାହିଁ ବୋଲି ଜଣାପଡିଛି। ତାଙ୍କ ପରିବର୍ତ୍ତେ ଆମ ଆଦମୀ ପାର୍ଟି(ଏଏପି) ନେତା ତଥା ରାଜ୍ୟସଭା ଏମ୍‌ପି ସଞ୍ଜୟ ସିଂ ଯୋଗଦେବେ ବୋଲି ଜଣାପଡିଛି। ଏଥିପାଇଁ ସଞ୍ଜୟ ରାଞ୍ଚିରେ ପହଞ୍ଚି ସାରିଥିବା କୁହାଯାଉଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଶିବସେନା ମହାରାଷ୍ଟ୍ରରେ ସରକାର ଗଠନ କରିବା ସମୟରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସମୟରେ ଏହି ଉତ୍ସବରେ ଯୋଗ ଦେବାକୁ କେଜରିଓ୍ବାଲଙ୍କୁ ନମିନ୍ତ୍ରଣ ମିଳିଥିଲେ ମଧ୍ୟ କୌଣସି କାରଣ ବଶତଃ ସେ ଏଥିରେ ଯୋଗ ଦେଇ ନ ଥିଲେ।

Share