Categories: ଜାତୀୟ

ସୋରେନ୍‌ଙ୍କ ବିବାଦୀୟ ମନ୍ତବ୍ୟ:ଇସିଙ୍କୁ ଫେରାଦ ହେଲା ଭାଜପା

ରାଞ୍ଚତ୍, ୨୦।୧୨(ପି.ଟି.):ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ୍‌ ଏକ ନିର୍ବାଚନୀ ରାଲିରେ ଭାଜପା ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଅଡୁଆରେ ପଡିଯାଇଛନ୍ତି। ପାକୁର ନିର୍ବାଚନ ମଣ୍ଡଳୀରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ସୋରେନ କହିଥିଲେ, ଭାଜପା ଲୋକେ କମ୍‌ ବିବାହ କରନ୍ତି ଏବଂ ଗୈରିକ ବସ୍ତ୍ର ପିନ୍ଧି ଝିଅବୋହୂଙ୍କ ଇଜ୍ଜତ ଲୁଟନ୍ତି। ତାଙ୍କର ଏଭଳି ବିବାଦୀୟ ମନ୍ତବ୍ୟକୁ ନେଇ ଭାଜପା ନିର୍ବାଚନ କମିଶନ (ଇସି)ଙ୍କ ଦ୍ୱାରସ୍ଥ ହୋଇଛି। ଜେଏମ୍‌ଏମ୍‌ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଝାଡ଼ଖଣ୍ଡ ଭାଜପା ପକ୍ଷରୁ ଦାବି କରାଯାଇଛି।

Share