ଦୁବାଇ,୬।୧: କୁଦ୍ସ ବାହିନୀର କମାଣ୍ଡର ମେଜର ଜେନରାଲ କାସିମ ସୋଲେମାନୀଙ୍କୁ ସୋମବାର ଅନ୍ତିମ ବିଦାୟ ଦିଆଯାଇଛି। ଏହି ଅବସରରେ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲ୍ଲି ଖାମନେଇ ଶେଷ ନମାଜ ପାଠ କରିଥିଲେ। ସୋଲେମାନୀଙ୍କୁ ବିଦାୟ ଦେବା ଲାଗି ତେହରାନ ରାସ୍ତାରେ ଜନ ସମୁଦ୍ର ସୃଷ୍ଟି ହୋଇଥିଲା। ସୁଲେମାନୀଙ୍କ ମୃତ୍ୟୁ ଆମେରିକା ପାଇଁ ‘ଡାର୍କ ଡେ’ ଆଣିଦେଇଥିବା କହିଛନ୍ତି ତାଙ୍କ ଝିଅ ଜିନାବ ସୁଲେମାନୀ। ସେ କହିଛନ୍ତି, ତାଙ୍କ ମୃତ୍ୟୁ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାବନ୍ତୁ ନାହିଁ ଯେ ସବୁ ଶେଷ ହୋଇଗଲା ବୋଲି। ସୁଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଇରାନ ପ୍ରତିଜ୍ଞା କରିଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଆମେରିକାର ବିମାନ ଆକ୍ରମଣରେ କୁଦ୍ସ ବାହିନୀର କମାଣ୍ଡର ମେଜର ଜେନରାଲ କାସିମ ସୋଲେମାନୀଙ୍କ ମୃତ୍ୟୁ ହୋଇଥିଲା।