ସୋଲେମାନୀଙ୍କ ଅନ୍ତିମ ବିଦାୟ ସମୟରେ ଦଳାଚକଟାରେ ୩୫ ମୃତ

ଦୁବାଇ,୭।୧: ଆମେରିକାର ଏୟାର ଷ୍ଟ୍ରାଇକ୍‌ରେ ଇରାନ ସେନା କମାଣ୍ଡର କାସିମ ସୋଲମାନୀଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ସୋଲେମାନୀଙ୍କ ଅନ୍ତିମ ବିଦାୟ ସମୟରେ ଦଳଚକଟା ହୋଇଥିଲା। ଏହି ଦୁର୍ଘଟଣାରେ ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୮ ଆହତ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ ଗୃହନଗର କେରନରେ ସୋମବାର ସୋଲେମାନୀଙ୍କ ଅନ୍ତିମ ଶୋଭାଯାତ୍ରା ବାହାରିଥିଲା। ଏହି ଶୋଭାଯାତ୍ରାରେ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ସାମିଲ ହୋଇଥିଲେ। ସେହି ସମୟରେ ଦଳଚକଟା ହେବାରୁ ଶହ ଶହ ଲୋକ ଆହତ ହୋଇଥିଲେ। ସେଥିମଧ୍ୟରୁ ମଙ୍ଗଳବାର ୩୫ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Share