ସୋଲେମାନୀଙ୍କ ଶେଷକୃତ୍ୟ ସମ୍ପନ୍ନ

ବାଗଦାଦ,୫।୧(ଏଏଫ୍‌ପି): କୁଦ୍‌ସ ବାହିନୀର କମାଣ୍ଡର ମେଜର ଜେନେରାଲ କାସିମ ସୋଲେମାନୀଙ୍କ ଶେଷକୃତ୍ୟ ଶନିବାର ସମ୍ପନ୍ନ ହୋଇଛି। ଏଥିରେ ହଜାର ହଜାର ଇରାକୀ ଯୋଗଦେଇ ‘ଆମେରିକା ମୁର୍ଦ୍ଦାବାଦ’ ସ୍ଲୋଗାନ ଦେଇଥିଲେ। କଫିନ୍‌ ଶୋଭାଯାତ୍ରାରେ ଇରାକ ପ୍ରଧାନମନ୍ତ୍ରୀ ଆଦେଲ ଅବ୍‌ଦେଲ ମହଦିଙ୍କ ସମେତ ବହୁ ଇରାକୀ ନେତା ଯୋଗଦେଇଥିଲେ। ବାଗଦାଦର କାଧିମିୟା ଜିଲାର ଶିୟା ପୀଠରୁ କଫିନ ବାହାର କରାଯାଇଥିଲା। ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇ ସରକାରୀ କାର୍ଯ୍ୟାଳୟ ଗ୍ରୀନ୍‌ ଜୋନ୍‌ ସମେତ ବହିର୍ବ୍ୟାପାର ଦୂତାବାସ ଥିବା ଅଞ୍ଚଳ ଦେଇ କଫିନକୁ ନେଇଯାଇଥିଲେ।

Share