ସୋଲେମାନୀ ନିହତ ଘଟଣା: ଆମେରିକାର ୭୦ ସହରରେ ବିରୋଧ ପ୍ରଦର୍ଶନ ଜାରି

ଓ୍ବାଶିଂଟନ୍‌,୫।୧: ଇରାନ୍‌ର ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତି ତଥା ମେଜର ଜେନେରାଲ କସିମ ସୋଲେମାନୀ ଆମେରିକା ଏୟାର ଷ୍ଟ୍ରାଇକରେ ମୃତ୍ୟୁ ହେବାପରେ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ିଛି। ଏହା ବିରୋଧରେ ଆମେରିକାରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଇଛି। ହ୍ବାଇଟ୍‌ ହାଉସ୍‌ ଆଗରେ ଲୋକମାନେ ବିରୋଧ ପ୍ରଦର୍ଶନ କରି ଇରାନ୍‌ ଉପରେ ଆମେରିକା ଏୟାର ଷ୍ଟ୍ରାଇକ୍‌କୁ ନିନ୍ଦା କରିଥିଲେ। ଏହାସହ ଇରାନ୍‌ ଯୁଦ୍ଧ କରା ନ ଯାଉ ବୋଲି ଲୋକମାନେ ନାରାବାଜି କରିଥିଲେ। ସୂଚନାଯୋଗ୍ୟ, ଆମେରିକାର ଏୟାର ଷ୍ଟ୍ରାଇକରେ ଇରାନ୍‌ର ଶୀର୍ଷ ସାମରିକ କମାଣ୍ଡର କସିମ ସୋଲେମାନୀ ନିହତ ହେବା ପରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ଜାତିସଂଘ ସମେତ ବିଶ୍ୱ ସମୁଦାୟ ଚିନ୍ତାବ୍ୟକ୍ତ କରିଛନ୍ତି। ସୋଲେମାନୀ ନିହତ ହେବାର ଦିନକ ପରେ ବାଗ୍‌ଦାଦର ଗ୍ରୀନ୍‌ ଜୋନରେ ଥିବା ଆମେରିକୀୟ ଦୂତାବାସକୁ ଟାର୍ଗେଟ କରିଥିଲା ଇରାନ୍‌। ଏଥିସହିତ ଆମେରିକୀୟ ସୈନ୍ୟ ରହୁଥିବା ଇରାକର ଅଲ-ବାଲାଦ ଏୟାରବେସ ଉପରେ ମଧ୍ୟ ଦୁଇଟି ରକେଟ ମାଡ଼ କରିଥିଲା।

Share