Categories: ଜାତୀୟ

ସୋସିଆଲ୍‌ ମିଡ଼ିଆରେ ଆଇଏସ୍‌ ସ୍ଲିପର ସେଲ୍‌ର ନକଲି ଆକାଉଣ୍ଟ: ସିଏଏ ବିରୋଧରେ ଲୋକଙ୍କୁ ଉସୁକାଉଥିବା ଅଭିଯୋଗ

ନୂଆଦିଲ୍ଲୀ, ୯।୩: ସୋସିଆଲ ମିଡ଼ିଆରେ ଆତଙ୍କବାଦୀ ସଂଗଠନ ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌)ର ନକଲି ଆକଉଣ୍ଟ ଉପରେ ଏବେ ଭାରତୀୟ ଗୋଇନ୍ଦା ବିଭାଗ ନଜର ରଖିଛି। ଏହାଦ୍ୱାରା ଆଇଏସ୍‌ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ ବିଭ୍ରାନ୍ତିକର ପୋଷ୍ଟ ଶେୟାର କରୁଥିବା ଅଭିଯୋଗ ହୋଇଛି। ଦିଲ୍ଲୀରୁ ଗିରଫ ହୋଇଥିବା ଦମ୍ପତି ଜାହନଜେବ୍‌ ସାମି ଏବଂ ହିନା ବଶିର ବେଗ୍‌ଙ୍କୁ ପଚରା ଉଚରା ସମୟରେ ଏନେଇ ବହୁ ଗୁପ୍ତ ତଥ୍ୟ ଜଣାପଡ଼ିଛି। ଟେଲିଗ୍ରାମ୍‌, ଫେସବୁକ୍‌, ଥ୍ରୀମା, ଇନଷ୍ଟାଗ୍ରାମ୍‌, ଶିୟୋର ସ୍ପଟ୍‌, ଟୁଇଟର ଆଦିରେ ଆଇଏସ୍‌ ସଂଗଠନର ସଦସ୍ୟ ବେଶ୍‌ ସକ୍ରିୟ ରହି ବିଭିନ୍ନ ସମୟରେ ସିଏଏ ପ୍ରଦର୍ଶନକାରୀଙ୍କୁ ଉସୁକାଇବା ଲାଗି ପ୍ରୟାସ କରୁଥିବା ପଚରା ଉଚରା ସମୟରେ ପୋଲିସ ଜାଣି ପାରିଛି।

Share