Categories: ଜାତୀୟ

ସୋସିଆଲ୍‌ ମିଡ଼ିଆର ଦୂରୁପଯୋଗ ସମ୍ପର୍କିତ ୮ ମାମଲା ସୁପ୍ରିମ୍‌କୋର୍ଟ ସ୍ଥାନାନ୍ତର: ୨୦୨୦ ସୁଦ୍ଧା ଆସିବ ଆଇନ

ନୂଆଦିଲ୍ଲୀ,୨୨।୧୦: ସୋସିଆଲ୍‌ ମିଡ଼ିଆର ଦୂରୁପଯୋଗ ସମ୍ପର୍କିରେ ହାଇକୋର୍ଟରେ ଦାଖଲ ହୋଇଥିବା ୮ ମାମଲାକୁ ସୁପ୍ରିମ୍‌କୋର୍ଟକୁ ସ୍ଥାନାନ୍ତର କରାଯାଇଛି। ଏଣିକି ଏହାର ଶୁଣାଣି ସର୍ବୋଚ୍ଚ ଆଦାଲତରେ କରାଯିବ। ଏନେଇ ମଙ୍ଗଳବାର ସୁପ୍ରିମ୍‌କୋର୍ଟରେ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ କହିଲେ ଯେ, ସମ୍ପର୍କିତ ସୋସିଆଲ୍‌ ମିଡ଼ିଆ କମ୍ପାନୀଙ୍କ ପାଖରେ ଯଦି ସେମାନଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସେବା ତଥା ଉତ୍ପାଦର ଦୂରୁପଯୋଗ ରୋକିବା ଲାଗି କୌଣସି ପ୍ରଣାଳୀ ନାହିଁ ତେବେ କମ୍ପାନୀଗୁଡ଼ିକ ଭାରତକୁ ଆସିବାର ଆବଶ୍ୟକତା ନାହିଁ। କାରଣ ପୀଡ଼ିତଙ୍କ ସମସ୍ୟାର ସମାଧାନ କରିବାକୁ ସମ୍ପୃକ୍ତ କମ୍ପାନୀ ଅସମର୍ଥ। ଶୁଣାଣି ସମୟରେ କେନ୍ଦ୍ର ସରକାର କହିଛନ୍ତି ଯେ, ଏସମ୍ପର୍କିତ ଆଇନ ୨୦୨୦ ଜାନୁୟାରୀ ୧୫ ସୁଦ୍ଧା ପ୍ରସ୍ତୁତ କରାଯିବ।

Share