Categories: ବାଣିଜ୍ୟ

ସୋସିଆଲ୍‌ ମୋବିଲିଟି ସୂଚକାଙ୍କ: ୭୬ ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ,୨୧-୧: ଓ୍ବାର୍ଲଡ ଇକୋନୋମିକ ଫୋରମ୍‌ (ଡବ୍ଲ୍ୟୁଇଏଫ୍‌) ପକ୍ଷରୁ ସୋମବାର ପ୍ରକାଶିତ ନିୟୁ ସୋସିଆଲ ମୋବିଲିଟି ସୂଚକାଙ୍କରେ ୮୨ ଦେଶ ମଧ୍ୟରୁ ଭାରତ ୭୬ତମ ସ୍ଥାନରେ ରହିଛି। ଡେନମାର୍କ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି। ପ୍ରଥମ ୫ ସ୍ଥାନରେ ଥିବା ଅନ୍ୟ ଦେଶଗୁଡିକ ମଧ୍ୟରେ ନରଓ୍ବେ, ଫିନ୍‌ଲ୍ୟାଣ୍ଡ, ସ୍ବିଡେନ ଏବଂ ସୁଇଜରଲ୍ୟାଣ୍ଡ ରହିଛି। ଶିକ୍ଷା, ସ୍ବାସ୍ଥ୍ୟ, ଟେକ୍ନୋଲୋଜି, ଶ୍ରମ, ନିରାପତ୍ତା ଏବଂ ଅନୁଷ୍ଠାନ ଭଳି ପ୍ରମୁଖ ଦିଗକୁ ବିଚାର କରି ଏହି ସୂଚକାଙ୍କ ପ୍ରସ୍ତୁତ କରାଯାଇଥାଏ। ଏହି ତାଲିକାରେ ଭାରତ ଲୋକଙ୍କର କାର୍ଯ୍ୟ ସ୍ଥିତି କ୍ଷେତ୍ରରେ ୫୩ତମ ସ୍ଥାନରେ ଥିବାବେଳେ ଆଜୀବନ ଶିକ୍ଷା କ୍ଷେତ୍ରରେ ୪୧, ସାମାଜିକ ନିରାପତ୍ତା କ୍ଷେତ୍ରରେ ୭୬ତମ ଏବଂ ବେତନ ବିତରଣ କ୍ଷେତ୍ରରେ ୭୯ତମରେ ରହିଛି। ଏହି କ୍ଷେତ୍ରଗୁଡିକରେ ଉନ୍ନତି କରିବା ନେଇ ରିପୋର୍ଟରେ ପରାଶର୍ମ ଦିଆଯାଇଛି।

Share