ସୋସିଆଲ୍ ମିଡିଆରେ ଅପପ୍ରଚାର କାର୍ଯ୍ୟ ନୀନ୍ଦନୀୟ, ଡିଜିଟାଲ ଫୁଟପ୍ରିଣ୍ଟ କଥା ଭୁଲନ୍ତୁ ନାହିଁ: ବାଗ୍‌ଚୀ

ଭୁବନେଶ୍ବର, ୪।୪(ବ୍ୟୁରୋ) : ଆଜିର ଘଡ଼ିସନ୍ଧି ମୁହୂର୍ତ୍ତରେ ଯେକୌଣସି ଅପପ୍ରଚାର, ସନ୍ଦେହଜନକ ଜିନିଷ ବିଷୟରେ ସୋସିଆଲ୍ ମିଡିଆରେ ସେୟାର କରିବା, ଟ୍ୱିଟ଼ କରିବା ନୀନ୍ଦନୀୟ ବିଷୟ l ଏହା ଦାୟିତ୍ୱହୀନତାର ପରିଚୟ l ସମୁଦ୍ରର ବେଳାଭୂମି ପାଦ ଚିହ୍ନ ଧୋଇ ଦିଏ ହେଲେ ଡିଜିଟାଲ ଫୁଟପ୍ରିଣ୍ଟ ସବୁଦିନ ପାଇଁ ରହିଯାଏ l ଏଣୁ ଯଦି କେହି ଅପପ୍ରଚାର କରିବାକୁ ଚେଷ୍ଟା କରୁଛନ୍ତି ସେ ସତର୍କ ରୁହନ୍ତୁ l ପୁଲିସ ଆପଣଙ୍କ ପାଖରେ ପହଞ୍ଚିବାକୁ ବେଶୀ ସମୟ ଲାଗିବ ନାହିଁ ବୋଲି ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି।

ପ୍ରକାଶ ଯେ, ବର୍ତ୍ତମାନ ସମୟରେ ଗୁଜବ କିମ୍ବା ସନ୍ଦେହଜନକ ଖବର ପ୍ରଚାର କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଯଦି କାହା ମୋବାଇଲକୁ କିଛି ଗୁଜବ ଆସୁଛି ତାକୁ ତୁରନ୍ତ ପୋଲିସକୁ ପଠାଇ କ୍ଲାରୀଫାଏ କରାଇନିଆନ୍ତୁ। ଆଉ ପୋଲିସକୁ ତଦାନ୍ତରେ ସହଯୋଗ କରନ୍ତୁ ବୋଲି ଡିଜିପି ଅଭୟ ମଧ୍ୟ କହିଛନ୍ତି।

Share